Tuesday, September 26, 2017

ବ୍ଳଗ ପରିଚିତି:

ଏହି ବ୍ଳଗର ପ୍ରଣେତା ଡ଼କ୍ଟର ପ୍ରଦୀପ ମହାପାତ୍ର ବିଗତ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସମ୍ୱାଦପତ୍ରରେ ଅଭିମତ ଲେଖକ, ପତ୍ରିକା ସଂପାଦକ, ସାଂସ୍କୃତିକ ସଂଗଠକ ଓ ବିକାଶ କର୍ମୀଭାବେ ବିଭିନ୍ନ ମଞ୍ଚରେ କାର୍ଯ୍ୟକରି ଆସିଛନ୍ତି l ଦୀର୍ଘ ୨୭ ବର୍ଷ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଅଧ୍ୟାପନାରେ ବିତାଇଥିଲେ l ବ୍ରହ୍ମପୁର ବାସିନ୍ଦା ୬୨ ବର୍ଷ ବୟସ୍କ ଡ଼କ୍ଟର ମହାପାତ୍ର ଅଧୁନା ଓଡ଼ିଶାରେ ନାଗରିକ ସାମ୍ୱାଦିକତା ପ୍ରସାର ଓ ବରିଷ୍ଠ ନାଗରିକ କଲ୍ୟାଣ କାର୍ଯ୍ୟକ୍ରମରେ ସଂପୃକ୍ତ l

ଗ୍ରେ ଓଡ଼ିଶା ବା ଧୂସର ଓଡ଼ିଶା ପ୍ରକଳ୍ପ ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି କର୍ତ୍ତୃକ ପ୍ରୟୋଜିତ ଏକ ବିକଳ୍ପ ବାର୍ଦ୍ଧକ୍ୟ ଚିନ୍ତନ ମଞ୍ଚ ବା ଥିଙ୍କ୍ ଟ୍ୟାଙ୍କ ପ୍ରଯୋଜନା ଉଦ୍ୟମରେ ପର୍ଯ୍ୟବେସିତ l ଏହାପକ୍ଷରୁ ଓଡ଼ିଶାରେ ଉତ୍ତର-ବାର୍ଦ୍ଧକ୍ୟ-ଜୀବନଯାତ୍ରା ବିଷୟରେ ଅନୁଧ୍ୟାନ ଓ ନୀତିନିର୍ଦ୍ଧାରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ l

ଗ୍ରେ ଓଡ଼ିଶା ବ୍ଳଗରେ ଓଡ଼ିଆ ଓ ଇଂଲିଶ ଭାଷାରେ ପ୍ରସ୍ତାବିତ ଚିନ୍ତନ ମଞ୍ଚ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ଧାରାବିବରଣୀ ପ୍ରକାଶ ପାଇଥାଏ l ଗ୍ରେ ଓଡ଼ିଶା ପକ୍ଷରୁ ମଧ୍ୟ ଏକ ପାକ୍ଷିକ ଇ-ମେଲ ନିଉଜଲେଟର ପ୍ରତିମାସ ୧ ଓ ୧୫ ତାରିଖରେ ପ୍ରକାଶିତ ହୁଏ l ପଚ଼ାଶ ବର୍ଷୋତ୍ତର ସ୍ଥାନୀୟ ନାଗରିକଙ୍କ ନିମନ୍ତେ ଏହି ପ୍ରକାଶନ ଉଦ୍ଦିଷ୍ଟ l ଏହାକୁ ନିଜ ଇ-ମେଲ ଏକାଉଣ୍ଟରେ ସବ୍ ସ୍କ୍ରାଇବ କରିବା ନିମନ୍ତେ ନିମ୍ନ ପ୍ରଦତ୍ତ ଲିଙ୍କକୁ ଯାଆନ୍ତୁ : <https://www.tinyletter.com/greyodisha>

ସାମାଜିକ ଗଣମାଧ୍ୟମ ଫେସବୁକ୍ ଓ ଟ୍ୟୁଇଟର ପରକୁ ଇ-ମେଲ ନିଉଜଲେଟର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଭଳି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଲୋକପ୍ରିୟ ହୋଇଛି l ଏହି ମାଧ୍ୟମ ଉପଯୋଗରେ ଜଣେ ଲେଖକ ତାହାର ରଚ଼ନା ଇଣ୍ଟରନେଟ ମଞ୍ଚରେ ପ୍ରକାଶ କରିପାରେ ଏବଂ ଆଗ୍ରହୀ ପାଠକମାନେ ନିର୍ଦ୍ଦିଷ୍ଟ ଲିଙ୍କକୁ ଯାଇ ସବ୍ ସ୍କ୍ରାଇବ କଲେ ନିଜ ଇ-ମେଲ ଇନ-ବକ୍ସରେ ନିୟମିତଭାବେ ସଂପୃକ୍ତ ଇ-ମେଲ ନିଉଜଲେଟର ପାଇପାରନ୍ତି l

ଯୋଗାଯୋଗ ନିମନ୍ତେ ଡ଼କ୍ଟର ମହାପାତ୍ରଙ୍କ ଇ-ମେଲ ଆଇଡ଼ି <pradeep.mahapatra@gmail.com>

ଏବଂ ମୋବାଇଲ ଫୋନ ନମ୍ୱର : 94370 96944

No comments: